MEDIA BYTES

    PRESS RELEASE
    ODISHA INTER UNIVERSITY COMPETITIONS (GAMES & SPORTS )-2022

DAY-1 HIGHLIGHTS

Odisha Inter-University Competitions Kicked off with Knock-out phase Cricket tournament

The Odisha Inter-University Competitions 2022 kicked off with the knockout-phase cricket match between Maharaja Sriram Chandra Bhanjadeo University and Utkal University. This event is being organized by Maharaja Sriram Chandra Bhanjadeo University and sponsored by Department of Higher Education, Govt. of Odisha. The match was played at Baripada Stadium. Batting first, the host team scored only 74 runs in 17.2 overs with no wicket in hand. Later, the team from Utkal University won the match in just 10.2 overs without losing a single wicket. Sambit Kumar Sahu was declared man of the match. Another cricket match was played Gangadhar Meher University and KIIT. Batting first, Gangadhar Meher University scored 111 runs in 20 overs. In reply, KIIT could make 107 runs in 20 overs losing 8 wickets. Akash Thakur was declared man of the match. Vice Chancellor of Maharaja Sriram Chandra Bhanjadeo Univesity Prof. Kishor K Basa, Chairman PG Council Prof. P. K. Satapathy, Registrar Shri Sahadev Samadhia and members of Mayurbhanj Athletic Association were present to encourage the players.

DAY-2 HIGHLIGHTS

ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା: କ୍ରିକେଟ୍‌ ଖେଳର ନକ୍‌ଆଉଟ୍‌ ପର୍ଯ୍ୟାୟର ଦ୍ୱିତୀୟ ଦିବସ

ବାରିପଦା ୦୮/୦୩: ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ତଥା ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ପ୍ରାୟୋଜିତ ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର କ୍ରିକେଟ୍‌ ଖେଳର ନକ୍‌ ଆଉଟ୍‌ ପର୍ଯ୍ୟାୟର ଦ୍ୱିତୀୟ ଦିବସର ପ୍ରଥମ ମ୍ୟାଚ୍‌ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ କୋରାପୁଟସ୍ଥ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୪ଟି ୱିକେଟ୍‌ ହରାଇ ୨୬୩ ରନର ଏକ ବିଶାଳ ସ୍କୋର ହାସଲ କରିଥିଲେ । ଏହାର ଜବାବରେ କୋରାପୁଟସ୍ଥ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ୧୪.୫ ଓଭରରେ ୪ ୱିକେଟ୍‌ ହରାଇ ମାତ୍ର ୮୦ ରନ୍‌ କରିବାକୁ ସମର୍ଥ ହୋଇଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୃସିଂହ ପଣ୍ଡା ମାତ୍ର ୪୦ଟି ବଲ୍‌ରେ ୭୭ ରନ୍ କରି ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଭାବରେ ଘୋଷିତ ହୋଇଥିଲେ । ଦିତୀୟ ମ୍ୟାଚ୍‌ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଯୋଗ ଦେଇ ନପାରିବାରୁ ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ୱାକ୍‌ ଓଭର ପାଇ ବିଜୟୀ ହୋଇଥିଲେ ।

Day 2 of Knock-out phase Cricket in Odisha Inter-University Competitions

It was an exciting second day of the Knock-out phase Cricket at the Odisha Inter-University Competitions being organized by Maharaja Sriram Chandra Bhanjadeo University sponsored by Department of Higher Education, Govt. of Odisha. The first match was played between Sambalpur University and Central University of Odisha Koraput. Batting first, Sambalpur University scored a mammoth 73 runs in designated 20 overs losing only 4 wickets. In reply, Central University of Odisha could make only 80 runs before getting all out in 14.5 overs. Sambalpur University player Nrusimha Panda who scored 77 runs in only 40 balls was declared Man of the Match. In the second match, Rajendra University became winner by getting a Walk-over in the absence of the opposite team of Berhampur University.

DAY-3 HIGHLIGHTS

ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା: କ୍ରିକେଟ୍‌ ଖେଳର ନକ୍‌ଆଉଟ୍‌ ପର୍ଯ୍ୟାୟର ତୃତୀୟ ଦିବସ

ବାରିପଦା ୦୯/୦୩: ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ତଥା ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ପ୍ରାୟୋଜିତ ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର କ୍ରିକେଟ୍‌ ଖେଳର ନକ୍‌ ଆଉଟ୍‌ ପର୍ଯ୍ୟାୟର ତୃତୀୟ ଦିବସର ପ୍ରଥମ ମ୍ୟାଚ୍‌ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍‌ ହରାଇ ମାତ୍ର ୯୭ ରନ ସଂଗ୍ରହ କରିପାରିଥିଲା । ଶୁଭମ କୁମାର ସାହୁ ସର୍ବୋଚ୍ଚ ୨୬ ରନ୍‌ ସ୍କୋର କରିଥିଲେ । ଏହାର ଜବାବରେ ଉତ୍କଳ ବିଶ୍ୱବିଦ୍ୟାଳୟ ମାତ୍ର ୧୨ ଓଭରରେ ୩ ୱିକେଟ୍‌ ହରାଇ ୧୦୨ ରନ୍‌ କରି ବିଜୟଲାଭ କରିଥିଲେ । ମାନସ ରଞ୍ଜନ ନାୟକ ସର୍ବୋଚ୍ଚ ୩୪ ରନ୍‌ ସ୍କୋର୍‌ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ବିକାଶ ନାୟକ ୩ ଓଭରରେ ମାତ୍ର ୧୨ ରନ୍‌ ଦେଇ ୨ଟି ୱିକେଟ ଅକ୍ତିଆର କରିଥିବାରୁ୍ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଭାବରେ ଘୋଷିତ ହୋଇଥିଲେ । ଦିତୀୟ ମ୍ୟାଚ୍‌ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍‌ ହରାଇ ୨୩୫ ରନ୍‌ର ବିଶାଳ ସ୍କୋର ଛିଡ଼ା କରାଇଥିଲେ । ଏହି ଦଳର ସମୀର ସାମନ୍ତରାୟ ମାତ୍ର ୫୩ ବଲ୍‌ରେ ୧୦୪ ରନ୍‌ ସ୍କୋର କରି ଅପରାଜିତ ରହିଥିଲେ । ଏହାର ଜବାବରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍‌ ହରାଇ ୧୩୪ ରନ୍‌ କରି ପରାଜୟ ବରଣ କରିଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ସମୀର ସାମନ୍ତରାୟଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଘୋଷିତ କରାଯାଇଥିଲା । ଆଜିର ମ୍ୟାଚ୍‌ଗୁଡ଼ିକୁ ଉଦଳା କଲେଜର କ୍ରୀଡ଼ା ପ୍ରଶିକ୍ଷକ ଶ୍ରୀ ଯୋଗେଶ ମହାକୁଡ଼ ପରିଚାଳନା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ମୟୂରଭଞ୍ଜ ଆଥ୍‌ଲେଟିକ୍‌ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ଶ୍ରୀ ବିଜୟ କୁମାର ଦାସ, କ୍ରିକେଟ ସହସମ୍ପାଦକ ହରପ୍ରସାଦ ପାତ୍ର ଓ ପ୍ରସନ୍ନଜିତ ମହାନ୍ତି, ବିଶ୍ୱବିଦ୍ୟାଳୟ ତରଫରୁ ଜୈବ ପ୍ରଯୁକ୍ତି ବିଭାଗର ସହଯୋଗୀ ଅଧ୍ୟାପକ ଡ. ବିଶ୍ୱଜିତ ରଥ, କମ୍ପ୍ୟୁଟର ପ୍ରୟୋଗ ବିଭାଗର ମୂଖ୍ୟ ଡ. ଜୀବେନ୍ଦୁ କୁମାର ମନ୍ତ୍ରୀ, ସତ୍ୟନାରାୟଣ ମହାନ୍ତି, ଉପେନ୍ଦ୍ର ଟୁଡ଼ୁ, ପ୍ରଦୀପ କୁମାର ବରାଳ ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।

Day 3 of Knock-out phase Cricket in Odisha Inter-University Competitions

It was again an exciting day 3 at the Knock-out phase Cricket in Odisha Inter-University Competitions being organized by Maharaja Sriram Chandra Bhanjadeo University sponsored by Department of Higher Education, Govt. of Odisha. The first match was played between Gangadhar Meher University and Utkal University. Batting first, GM University scored 97 runs in designated 20 overs at the loss of 8 wickets. In reply, Utkal University achieved the target by scoring 102 runs in just 12 overs by losing 3 wickets. Utkal University's Manas Ranjan Nayak scored 34 runs. Bikash Nayak was declared Man of the Match for his outstanding bowling taking 2 wickets in 3 overs sparing 12 runs. The second match was played between Sambalpur University and Rajendra University. Batting first, Sambalpur University scored a huge score of 235 runs in 20 overs with the loss of 7 wickets. In reply, Rajendra University could score only 134 runs in 20 overs losing 8 wickets. Sambalpur University's Sameer Samantray was declared Man of the Match for his swashbuckling 104 runs in 53 balls while remaining not-out. The match was conducted by Mr. Jogesh Mahakud, PET Udala College along with the General Secreatary of Mayurbhanj Athletic Association Shri Bijay Kumar Das, Joint Secreatary Haraprasad Patra, Prasannajit Mohanty. From The University side Dr. Biswajit Rath, Associate Professor of Biotechnology, Dr. Jibendu Kumar Mantri, HoD Computer Application, Satyanarayan Mohanty, Upendra Tudu, Pradeep Baral were present to encourage the players.

DAY-4 HIGHLIGHTS

ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା: କ୍ରିକେଟ୍‌ ଖେଳର ନକ୍‌ଆଉଟ୍‌ ପର୍ଯ୍ୟାୟର ଚତୁର୍ଥ ଦିବସ

ବାରିପଦା ୧୦/୦୩: ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ତଥା ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ପ୍ରାୟୋଜିତ ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର କ୍ରିକେଟ୍‌ ନକ୍‌ ଆଉଟ୍‌ ପର୍ଯ୍ୟାୟର ତତୁର୍ଥ ଦିନରେ ପୁଲ୍‌ ବି. ର ପ୍ରଥମ ମ୍ୟାଚ୍‌ ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍‌ ହରାଇ ୧୪୮ ରନ ସଂଗ୍ରହ କରିପାରିଥିଲା । ଏହାର ଜବାବରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ମାତ୍ର ୧୪.୨ ଓଭରରେ ୨ ୱିକେଟ୍‌ ହରାଇ ୧୫୧ ରନ୍‌ କରି ବିଜୟଲାଭ କରିଥିଲା । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଆଶୁତୋଷ ବେହେରା ୩୨ ବଲ୍‌ରେ ୬୩ ରନ୍‌ ସଂଗ୍ରହ କରିଥିବାରୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଭାବରେ ଘୋଷିତ ହୋଇଥିଲେ । ଦିତୀୟ ମ୍ୟାଚ୍‌ରେ ପୁଲ୍‌ ଏ. ର ସେମିଫାଇନାଲ୍‌ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ରୋମାଞ୍ଚକର ମ୍ୟାଚ୍‌ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୨୭ ରନ୍‌ କରିପାରିଥିଲା । ଏହାର ଜବାବରେ ଉତ୍କଳ୍ ବିଶ୍ୱବିଦ୍ୟାଳୟ ଟିମ୍‌ ନିର୍ଦ୍ଧାରିତ ୧୯.୧ ଓଭରରେ ୭ ୱିକେଟ୍‌ ହରାଇ ୧୨୮ ରନ୍ କରି ବିଜୟଲାଭ କରିଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟର ରମେଶ ବେହେରା ୪ ଓଭରରେ ୧୯ ରନ୍‌ ଦେଇ ୨ଟି ୱିକେଟ ଅକ୍ତିଆର କରିଥିବାରୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଘୋଷିତ ହୋଇଥିଲେ । ଆଜିର ମ୍ୟାଚ୍‌ ଗୁଡ଼ିକରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବସା, କୁଳସଚିବ ଶ୍ରୀ ସହଦେବ ସମାଧିଆ ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ମ୍ୟାଚ ଗୁଡ଼ିକରେ ଦେବବ୍ରତ ଦାସ, ପ୍ରତାପ କୁମାର ପାତ୍ର ଓ ଦିଲୀପ କୁମାର ଦାସ ଅମ୍ପାୟରିଙ୍ଗ୍‌ କରିଥିବା ବେଳେ ସମ୍ବିତ ମହାରଣା ସ୍କୋରର କାର୍ଯ୍ୟ କରିଥିଲେ । ସୋମନାଥ ସିଂହ, ପଙ୍କଜ ମହାକୁଡ଼ ଧାରାବିବରଣୀ ପ୍ରଦାନ କରିଥିଲେ । ମୟୂରଭଞ୍ଜ ଆଥ୍‌ଲେଟିକ୍‌ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ଶ୍ରୀ ବିଜୟ କୁମାର ଦାସ, କ୍ରିକେଟ ସହସମ୍ପାଦକ ହରପ୍ରସାଦ ପାତ୍ର ଓ ପ୍ରସନ୍ନଜିତ ମହାନ୍ତି, ଉମେଶ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Day 4 of Knock-out phase Cricket in Odisha Inter-University Competitions

Again it was a day of excitement. The first match in Pool-B of the knockout phase Cricket of Odisha Inter-University Competitions being organized by Maharaja Sriram Chandra Bhanjadeo University sponsored by Department of Higher Education, Govt. of Odisha, was played between Centurion University and Siksha 'O' Anusandhan (SOA) University. Batting first, Centurion University scored 148 runs in designated 20 overs at the loss of 8 wickets. SOA University achieved the target by scoring 151 runs in just 14.2 overs by losing 2 wickets. SOA University's Ashutosh Behera was declared Man of the Match for his outstanding batting figure of scoring 63 runs of just 32 balls. The second match was played between Pool-A's Semifinalist Utkal University and Sambalpur University. Batting first, Sambalpur University scored 127 runs in 20 overs at the loss of 6 wickets. Utkal University won the match by scoring 128 runs in 19.1 overs at the loss of 7 wickets. Utkal University's Ramesh Behera was declared Man of the Match for his outstanding bowling figure of 2 wickets for 19 runs in 4 overs. Vice-Chancellor Prof. Kishore Kumar Basa, Registrar Sahadev Samadhia, and other dignitaries were present to encourage the players. Among the officials, Debabrata Das, Pratap Kumar Patra and Dillip Kumar Das were the umpires, and Sambit Moharana was the Scorer. The running commentary was given by Somanath Singh and Pankaj Mahakud. General Secreatary of Mayurbhanj Athletic Association Shri Bijay Kumar Das, Joint Secreatary Haraprasad Patra, Prasannajit Mohanty, Umesh Sahu extended their cooperation in organizing the matches.

INAGURATION of 1st OIUC-2022 (DAY-5)

ଉଚ୍ଚଶିକ୍ଷା ବିଭାଗ ତରଫରୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଆନ୍ତଃ-ବିଶ୍ବବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଉଦ୍‌ଘାଟିତ

ବାରିପଦା ୧୧/୦୩- ଓଡ଼ିଶାରେ ପ୍ରଥମଥର ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ଏକ ଆନ୍ତଃ-ବିଶ୍ବବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଆୟୋଜନ କରୁଅଛି । ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି କ୍ରୀଡ଼ା ମହାକୁମ୍ଭରେ କ୍ରିକେଟ୍, ଫୁଟବଲ, ବ୍ୟାଡ୍‌ମିଣ୍ଟନ, କ୍ୟାରମ୍, ଚେସ୍‌, ଟେବୁଲ୍ ଟେନିସ୍, ଭଲିବଲ୍‌, ବାସ୍କେଟବଲ୍‌, କବାଡ଼ି ଆଦି ୯ଟି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବ ବାରିପଦା ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ବତ ମିଶ୍ର, ମୂଖ୍ୟ ଅତିଥି ରୂପେ ଓ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିବା ବେଳେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର୍ କିଶୋର କୁମାର ବସା ପୌରହିତ୍ୟ କରିଥିଲେ। ଏହି ପ୍ରତିଯୋଗିତାରେ ୧୫ଟି ବିଶ୍ବବିଦ୍ୟାଳୟ ଯଥା ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, କଳାହାଣ୍ଡି ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ, କିଟ୍ ବିଶ୍ବବିଦ୍ୟାଳୟ, ରେଭେନ୍ସା ବିଶ୍ବବିଦ୍ୟାଳୟ, ଫକୀରମୋହନ ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ, ସମ୍ବଲପୁର ବିଶ୍ବବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟ, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ, ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟ ଏବଂ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ପାଖାପାଖି ୧୨୫୦ ଜଣ ପ୍ରତିଯୋଗୀ, ୧୦୦ ଜଣ ମ୍ୟାନେଜର ଓ ୧୦୦ ଜଣ ମ୍ୟାଚ୍ ଅଧିକାରୀ ଯୋଗ ଦେଇଛନ୍ତି। ମୁଖ୍ୟ ଅତିଥି ଶ୍ରୀ ଶାଶ୍ୱତ ମିଶ୍ର କୋଭିଡ୍‌ ପରେ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ଅତିରିକ୍ତ ପାଠ୍ୟକ୍ରମ କାର୍ଯ୍ୟକଳାପରେ ନିୟୋଜିତ ତଥା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି ଆନ୍ତଃ-ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାର ପରିକଳ୍ପନା କରାଯାଇଥିଲା ବୋଲି କହିଥିଲେ । ଉଭୟ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାବ ବିନିମୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିବ ଏବଂ ଏହି ପ୍ରତିଯୋଗିତା ଦ୍ଵାରା ବିଶ୍ଵବିଦ୍ୟାଳୟ ସ୍ତରରୁ ପ୍ରତିଭା ମାନେ ଚୟନ ହୋଇ ଆଗାମୀ ଦିନରେ ରାଜ୍ୟ ଓ ଦେଶ ପାଇଁ ଖେଳିବାର ସୁଯୋଗ ପାଇପାରିବେ ବୋଲି ମତପୋଷଣ କରିଥିଲେ। ବିଶ୍ୱବିଦ୍ୟାଳୟ କୁଳପତି କିଶୋର କୁମାର ବସା ମୟୂରଭଞ୍ଜ ଭଳି ଏକ ଉପାନ୍ତ ଜିଲ୍ଲାରେ ଏଭଳି ଏକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାକୁ ସୁଯୋଗ ମିଳିଥିବାରୁ ସେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ ପୂର୍ବକ ମୟୁରଭଞ୍ଜର ସମସ୍ତ କ୍ରୀଡ଼ା ଅନୁଷ୍ଠାନ, ଜିଲ୍ଲା ପ୍ରଶାସନ ଏଥିନିମନ୍ତେ ଆଗେଇ ଆସିଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ଜିଲ୍ଲାରେ ଏଭଳି ଏକ କ୍ରୀଡ଼ା ମହାକୁମ୍ଭର ଆୟୋଜନ ମୟୂରଭଞ୍ଜ ପାଇଁ ଗର୍ବ ଓ ଗୌରବ ବୋଲି ଅଭିହିତ କରିଥିଲେ । କୁଳସଚିବ ଶ୍ରୀ ସହଦେବ ସମାଧିଆ ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍‌ଘାଟନୀ ଉତ୍ସବକୁ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରମୋଦ କୁମାର ଶତପଥି, ପ୍ରଫେସର ଅନୀଲ୍‌ କୁମାର ବିଶ୍ୱାଳ, ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ, ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରରିଷଦର ସଂପାଦକ ଡ. ଇନ୍ଦ୍ରଜିତ ନାୟକ, ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରଶିକ୍ଷକ ଶ୍ରୀ ପ୍ରଦୀପ୍ତ ରଞ୍ଜନ ଦାସ, ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ବିଭିନ୍ନ ମହାବିଦ୍ୟାଳୟର କ୍ରୀଡ଼ା ପ୍ରଶିକ୍ଷକ, ମୟୂରଭଞ୍ଜ ଆଥ୍‌ଲେଟିକ୍‌ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ଶ୍ରୀ ବିଜୟ କୁମାର ଦାସ, କ୍ରିକେଟ ସହସମ୍ପାଦକ ହରପ୍ରସାଦ ପାତ୍ର ଓ ପ୍ରସନ୍ନଜିତ ମହାନ୍ତି, ଉମେଶ ସାହୁ ଓ ବାରିପଦାର ବିଭିନ୍ନ କ୍ରୀଡ଼ା ସଂଗଠନର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ । ଏହି କ୍ରୀଡ଼ା ପ୍ରତିଯୋଗିତାର ମଶାଲ ଶୋଭାଯାତ୍ରା ବାରିପଦାର ଅଧୀଷ୍ଠାତ୍ରୀ ଦେବୀ ଅମ୍ବିକା ମନ୍ଦିରରୁ ବାହାରି ସହର ପରିକ୍ରମା କରି ବାରିପଦା ଷ୍ଟାଡ଼ିୟମରେ ପହଞ୍ଚିଥିଲା । ଏନ୍‌ଏସ୍‌ଏସ୍‌ର ଛାତ୍ରଛାତ୍ରୀ ମାନେ ନୃତ୍ୟବାଦ୍ୟ ସହିତ ପ୍ରତିଯୋଗୀମାନଙ୍କୁ ପାଛୋଟି ନେଇଥିଲେ । ପୋଲିସ ବ୍ୟାଣ୍ଡ୍‌ର ନେତୃତ୍ୱରେ ପ୍ୟାରେଡ୍‌ ଅନୁଷ୍ଠିତ ହୋଇଥିଲା । ବନ୍ଦେ ଉତ୍କଳ ଜନନୀ ଗାନ ପରେ ପ୍ରତିଯୋଗୀମାନଙ୍କୁ ଶପଥପାଠ କରାଯାଇଥିଲା । କୁଳପତି ପ୍ରଫେସର ବସା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପତାକା ଓ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ବତ ମିଶ୍ର ପ୍ରତିଯୋଗିତାର ପତାକା ଉତ୍ତୋଳନ କରିଥିଲେ ଏବଂ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ । ଏହି ଉତ୍ସବର ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ, ମୟୂରଭଞ୍ଜର କ୍ରୀଡ଼ାପ୍ରେମୀ ଯୋଗଦାନ କରି ଏକ ଉତ୍ସବମୁଖର ପରିବେଶ ସୃଷ୍ଟି କରିଥିଲେ ।

Inauguration of 1st Odisha Inter-University Competitions organized by Maharaja Sri Ramchandra Bhanjadeo University

For the first time in Odisha, Maharaja Sriram Chandra Bhanjdeo University is organizing an inter-university level competition with the sponsorship of the Department of Higher Education. The event which is scheduled from 11 to 14 March will feature 14 games: cricket, football, badminton, carom, chess, table tennis, volleyball, basketball, and kabaddi. The inaugural ceremony of the competition was held at Baripada Stadium on 11-03-2022 Friday. The game was inaugurated by Shri Shaswat Mishra, Principal Secretary, Department of Higher Education, and Prof. Kishor Kumar Basa, Vice-Chancellor, Maharaja Sriram Chandra Bhanjadeo University. Mr. Vineet Bharadwaj, Collector, Mayurbhanj was the Guest of Honor. Nearly 1250 participants from 15 universities namely Central University of Odisha, Utkal University, Sambalpur University, Berhampur University, Ravenshaw University, Ramadevi Women’s University, Gangadhar Meher University, Kalahandi University, Rajendra University, Kalinga Institute of Industrial Technology, Siksha ‘O’ Anusandhan Deemed to be University, Centurion University, Shri Jagannath Sanskrit University, Fakir Mohan University and Maharaja Sriram Chandra Bhanjadeo University along with 100 managers and 100 match officials. In the inaugural address, Mr. Shaswat Mishra said that for the first time, these games were planned for enriching extracurricular activities among students thereby encouraging and motivating them in a post-Covid environment. With the participation of both private and public Universities, such games will help students in communicating with students of other Universities and raise their competitiveness. Vice Chancellor Professor Basa thanked the state government for providing the opportunity to host such a mega sports event in a remote district like Mayurbhanj and thanked all the sports institutions of Mayurbhanj, the district administration for extending their help. Collector, Mr. Vineet Bharadwaj called the holding of such a sports event in Mayurbhanj a matter of pride and glory. Registrar Sahadev Samadhia offered the vote of thanks. Chairman, PG Council Prof. Pramod Kumar Satapathy, Prof. Anil K Biswal, Comptroller of finance Mr. Sukdev Tarei Sports Council Secretary Dr. Indrajith Nayak coordinated the inagural ceremony. University P.E.T. Mr. Pradipta Ranjan Dash, Sports Coaches of various colleges affiliated to the University, Members of Mayurbhanj Athletics Association Mr. Bijay Kumar Das, Mr. Haraprasad Patra, Prasannajit Mohanty, and Mr. Umesh Sahu extended their help in organizing the ceremony. The torch procession started off from Ambika Mandir, the presiding deity of Baripada, and marched around the city to reach Baripada Stadium. The students of NSS welcomed the contestants with dance and music. The parade was led by the district police band. State anthem "Bande Utkal Janani" was played followed by swearing-in of the contestants. Vice Chancellor Prof. Basa hoisted the University flag and Principal Secretary Shri Shaswat Mishra hoisted the game flag. The event was attended by all the faculty, staff, and students of the University, sports fans from Mayurbhanj and created a festive atmosphere.

DAY-6 HIGHLIGHTS

ପ୍ରଥମ ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାର ଷଷ୍ଠ ଦିବସ

ବାରିପଦା ୧୨/୦୩: ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ତଥା ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ପ୍ରାୟୋଜିତ ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଷଷ୍ଠ ଦିନରେ ଟେବୁଲ୍‌ ଟେନିସରେ ଉତ୍କଳ ବିଶ୍ୱବିଦ୍ୟାଳୟର ମୀମାଂସା ମିଶ୍ର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଶୁଭଶ୍ରୀ ନାଥଙ୍କୁ ୪-୦ ରେ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଅବିନାଶ ତ୍ରିପାଠୀ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସୁଧାକର ହରିଜନଙ୍କୁ ୪-୦ ରେ, ରେଭେନ୍‌ସା ବିଶ୍ୱବିଦ୍ୟାଳୟର ସୁଜୟ କୁମାର ନାୟକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଲକ୍ଷ୍ମୀକାନ୍ତ ସିଂହଙ୍କୁ ୪-୦ ରେ ଏବଂ କିଟ୍‌ର ସୁଦୀପ କୃଷ୍ଣ ବେହେରା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସୌମ୍ୟ ପ୍ରଧାନଙ୍କୁ୍ ୪-୦ ରେ ପରାସ୍ତ କରିଛନ୍ତି । ମହିଳା କବାଡ଼ି ପ୍ରତିଯୋଗିତାରେ ରମାଦେବୀ ବିଶ୍ୱବିଦ୍ୟାଳୟ ୩୧-୧୭ ପଏଣ୍ଟରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ବିପକ୍ଷରେ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ୩୪-୧୪ ପଏଣ୍ଟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବିପକ୍ଷରେ ବିଜୟଲାଭ କରିଥିଲେ । ପୁରୁଷ ଫୁଟ୍‌ବଲ୍‌ରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ୱାକ୍‌ଓଭର ପାଇ ବିଜୟୀ ହୋଇଥିବା ବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରେଭେନ୍‌ସା ବିଶ୍ୱବିଦ୍ୟାଳୟ ବିପକ୍ଷରେ ୫-୪ ଗୋଲ୍‌ରେ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଶ୍ରୀଜଗନ୍ନାଥ ସଂସ୍କୁତ ବିଶ୍ୱବିଦ୍ୟାଳୟ ବିପକ୍ଷରେ ୩-୦ ଗୋଲ୍‌ରେ ଏବଂ କିଟ୍ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ବିପକ୍ଷରେ ୬-୪ ଗୋଲ୍‌ରେ ବିଜୟୀ ହୋଇଛି । ପୁରୁଷ କ୍ରିକେଟ୍‌ର ପୁଲ୍ ବି.ର ପ୍ରଥମ ମ୍ୟାଚରେ ରେଭେନ୍‌ସା ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ୍‌ ହରାଇ ୧୦୬ ରନ୍‌ କରିଥିଲେ । ଏହାର ଉତ୍ତରରେ ରେଭେନ୍‌ସା ବିଶ୍ୱବିଦ୍ୟାଳୟ ୧୪.୩ ଓଭରରେ ୩ ୱିକେଟ୍‌ ହରାଇ ୧୦୮ ରନ୍‌ କରି ବିଜୟଲାଭ କରିଥିଲେ । ଦ୍ୱିତୀୟ କ୍ରିକେଟ୍‌ ମ୍ୟାଚରେ ଫକୀରମୋହନ ବିଶ୍ୱବିଦ୍ୟାଳୟ କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ୬୮ ରନ୍‌ରେ ପରାସ୍ତ କରିଛି । ଏଥିରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍‌ ହରାଇ ୨୦୭ ରନ୍‌ କରିଥିଲେ । ଏହାର ଉତ୍ତରରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ୨୦ ଓଭରରେ ୩ ୱିକେଟ୍‌ ହରାଇ ମାତ୍ର ୧୩୯ କରିପାରିଥିଲେ । ବ୍ୟାଡ୍‌ମିଣ୍ଟନ୍‌ ପୁରୁଷ ଡବଲସ୍‌ର ପ୍ରଥମ ସେମିଫାଇନାଲ୍‌ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ରାମଶଙ୍କର ମଲ୍ଲିକ ଓ ସରୋଜ ଭୋଇ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପ୍ରିୟବ୍ରତ ନାୟକ ଓ ରଜତ କୁମାର ମହାନ୍ତଙ୍କୁ ପରାସ୍ତ କରିଥିଲେ । ଦ୍ୱିତୀୟ ସେମିଫାଇନାଲ୍‌ରେ ରେଭେନ୍‌ସା ବିଶ୍ୱବିଦ୍ୟାଳୟର ଅନୁଭବ ସାହୁ ଓ ସାହିଲ୍‌ ହେମ୍ବ୍ରମ୍‌ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଲକ୍ଷ୍ମନ ପ୍ରେମକ୍ରିଷ୍ଣା ଓ ଆଶିଶ କୁମାର ସିଂହ୍କୁ ପରାସ୍ତ କରିଥିଲେ ।
ଶୁକ୍ରବାର ଦିନ ଅନୁଷ୍ଠିତ କ୍ରିକେଟ୍‌ର ପ୍ରଥମ ମ୍ୟାଚରେ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଟିମ୍‌ର ଅନୁପସ୍ଥିତିରେ ରେଭେନ୍‌ସା ବିଶ୍ୱବିଦ୍ୟାଳୟକୁ ୱାକ୍‌ଓଭର ମିଳିଥିଲା । ଦ୍ୱିତୀୟ ମ୍ୟାଚରେ ବାଲେଶ୍ୱରସ୍ଥ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଶ୍ରୀଜଗନ୍ନାଥ ସଂସ୍କୁତ ବିଶ୍ୱବିଦ୍ୟାଳୟ ପୁରୀକୁ ୧୫୦ ରନରେ ପରାସ୍ତ କରିଥିଲେ । ଫକୀର ମୋହନ ବିଶ୍ୱବିଦ୍ୟାଳୟ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨ ଉଇକେଟ ହରାଇ ୨୫୬ ରନ କରିଥିଲେ । ଦଳ ପକ୍ଷରୁ ଶାନ୍ତନୁ ଦାସ ୧୩୭ ରନ, ସତ୍ୟସୁନ୍ଦର ମହାକୁଡ଼ ୫୩ ରନ ଓ ଅରୁଣ କୁମାର ରାଉତ ୩୦ ରନ ସଂଗ୍ରହ କରିଥିଲେ । ଉତ୍ତରରେ ଶ୍ରୀଜଗନ୍ନାଥ ସଂସ୍କୁତ ବିଶ୍ୱବିଦ୍ୟାଳୟ ୨୦ ଓଭରରେ 9 ଉଇକେଟ ହରାଇ ମାତ୍ର ୧୦୬ ରନ ସଂଗ୍ରହ କରିପାରିଥିଲା । ଶାନ୍ତନୁ ଦାସଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଘୋଷିତ କରାଯାଇଥିଲା । ମହିଳା କବାଡ଼ି ପ୍ରତିଯୋଗିତାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ୫୧-୨୬ ପଏଣ୍ଟରେ ରେଭେନ୍‌ସା ବିଶ୍ୱବିଦ୍ୟାଳୟ ବିପକ୍ଷରେ ଏବଂ ରମାଦେବୀ ବିଶ୍ୱବିଦ୍ୟାଳୟ ୩୪-୨୮ ପଏଣ୍ଟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ବିପକ୍ଷରେ ବିଜୟୀ ହୋଇଛନ୍ତି । ମହିଳା କ୍ରିକେଟ୍‌ରେ କେବଳ ଦୁଇ ବିଶ୍ୱବିଦ୍ୟାଳୟ ଯଥା କିଟ୍‌ ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ୱାକ୍‌ ଓଭର ପାଇ ରବିବାର ଦିନ ଖେଳାଯିବାକୁ ଥିବା ଫାଇନାଲ୍‌କୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେଭଳି ପୁରୁଷ କବାଡ଼ି ପ୍ରତିଯୋଗିତାରେ ରେଭେନ୍‌ସା ବିଶ୍ୱବିଦ୍ୟାଳୟ ୫୧-୨୨ ପଏଣ୍ଟରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ବିପକ୍ଷରେ, କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ୪୫-୧୨ ପଏଣ୍ଟରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ବିପକ୍ଷରେ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ୩୨-୨୧ ପଏଣ୍ଟରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ବିପକ୍ଷରେ ବିଜୟୀ ହୋଇଛନ୍ତି । ପୁରୁଷ ବାସ୍କେଟ୍‌ବଲ୍‌ ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ୪୭-୪୦ ପଏଣ୍ଟରେ ରେଭେନ୍‌ସା ବିଶ୍ୱବିଦ୍ୟାଳୟ ବିପକ୍ଷରେ, ଉତ୍କଳ ବିଶ୍ୱବିଦ୍ୟାଳୟ ୪୭-୧୪ ପଏଣ୍ଟରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ବିପକ୍ଷରେ ବିଜୟୀ ହୋଇଛନ୍ତି । ମହିଳା ବାସ୍କେଟ୍‌ବଲ୍‌ ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ ଓ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ୱାକ୍‌ ଓଭର ପାଇଛନ୍ତି । ପୁରୁଷ କ୍ୟାରମ୍‌ ସିଙ୍ଗଲସ୍‌ ପ୍ରତିଯୋଗିତାରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଓମ୍‌ପ୍ରକାଶ ବେହେରା ୧୮-୫ ପଏଣ୍ଟରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସୁମନ କୁମାର ନନ୍ଦଙ୍କ ବିପକ୍ଷରେ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଗୋବିନ୍ଦ ନାୟକ ୧୭-୬ ପଏଣ୍ଟରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଦେବାଶିଷ ଦାସଙ୍କ ବିପକ୍ଷରେ ବିଜୟୀ ହୋଇଥିଲେ । ସେଭଳି ମହିଳା କ୍ୟାରମ୍‌ ସିଙ୍ଗଲସ୍‌ ପ୍ରତିଯୋଗିତାରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ପ୍ରଣତି ଠାକୁର ୧୭-୧ ପଏଣ୍ଟରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସ୍ୱାତୀ ଦୁଆରିଙ୍କ ବିପକ୍ଷରେ ବିଜୟୀ ହୋଇଥିଲେ । ପୁରୁଷ ଭଲିବଲ ପ୍ରତିଯୋଗିତାରେ ରେଭେନ୍‌ସା ବିଶ୍ୱବିଦ୍ୟାଳୟ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବିପକ୍ଷରେ, ଫକୀରମୋହନ ବିଶ୍ୱବିଦ୍ୟାଳୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ବିପକ୍ଷରେ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ବିପକ୍ଷରେ ବିଜୟୀ ହୋଇଥିଲେ । ପୁରୁଷ ଫୁଟ୍‌ବଲ୍‌ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ବିପକ୍ଷରେ ୬-୦ ଗୋଲ୍‌ରେ, କିଟ୍‌ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ବିପକ୍ଷରେ ୬-୫ ଗୋଲ୍‌ରେ ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଫକୀରମୋହନ ବିଶ୍ୱବିଦ୍ୟାଳୟ ବିପକ୍ଷରେ ୩-୦ ଗୋଲ୍‌ରେ ବିଜୟୀ ହୋଇଛି । ସେଭଳି ମହିଳା ଫୁଟ୍‌ବଲ୍‌ରେ ଉତ୍କଳ ବିଶ୍ୱବିଦ୍ୟାଳୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ବିପକ୍ଷରେ ୩-୦ ରେ ବିଜୟୀ ହୋଇଛି । ବ୍ୟାଡ୍‌ମିଣ୍ଟନ୍‌ ପୁରୁଷ ସିଙ୍ଗଲସ୍‌ରେ ପ୍ରଥମ ସେମିଫାଇନାଲ୍‌ରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଅମ୍ରିତ ମହାନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ସୁଭାଶିଶ ଦଣ୍ଡପାଟଙ୍କୁ ପରାସ୍ତ କରିଥିଲେ । ଦ୍ୱିତୀୟ ସେମିଫାଇନାଲ୍‌ରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଅଂଶୁମାନ ମହାଳିକ ସୁପ୍ରଭାତ ଓମ୍‌ପ୍ରକାଶ ସାହୁ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟଙ୍କୁ ପରାସ୍ତ କରିଥିଲେ । ସେଭଳି ବ୍ୟାଡ୍‌ମିଣ୍ଟନ୍‌ ମହିଳା ସିଙ୍ଗଲସ୍‌ରେ ପ୍ରଥମ ସେମିଫାଇନାଲ୍‌ରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ରଶ୍ମିତା ଶବର ସମ୍ବଲପୁର ବିଶ୍ୱବିଦ୍ୟାଳୟର ଲିଲିନା ସାହୁଙ୍କୁ ପରାସ୍ତ କରିଥିଲେ । ଦ୍ୱିତୀୟ ସେମିଫାଇନାଲ୍‌ରେ କିଟ୍‌ର ଅନୁଜା ଦାସମହାପାତ୍ର ୱାକ୍‌ଓଭର ପାଇଛନ୍ତି ।
ଶୁକ୍ରବାର ଦିନ ସନ୍ଧ୍ୟାରେ ଖେଳାଳୀମାନଙ୍କ ପାଇଁ ଏକ ଚିତାକର୍ଷକ ସାଂସ୍କୃତିକ କାର୍ଯକ୍ରମର ଆୟୋଜନ କରାଯାଇଥିଲା । ଶ୍ରୀ ପ୍ରଦୀପ କୁମାର ଦ୍ୱିବେଦୀଙ୍କ ଦ୍ୱାରା ସଂଗୀତ, ସାନ୍ତାଳୀ ବିଭାଗ ତରଫରୁ ଡ. ଯତୀନ୍ଦ୍ରନାଥ ବେଶ୍ରାଙ୍କ ନେତୃତ୍ୱରେ ସାନ୍ତାଳୀ ଲୋକନୃତ୍ୟ, ମୟୂରଭଞ୍ଜର ପ୍ରସିଦ୍ଧ ଉତ୍ତରସାହି ଛଉ ପ୍ରତିଷ୍ଠାନ ତରଫରୁ ଶିବତାଣ୍ଡବ ନୃତ୍ୟ ଓ ସମବେତ ଛଉ ଏବଂ ରାଇରଙ୍ଗପୁର ମା ଦ୍ୱାରଶୁଣି ଝୁମର ଅନୁଷ୍ଠାନ ଦ୍ୱାରା ଝୁମର ସଂଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶ୍ରୀ ଉମେଶ ସାହୁ, ସୋମନାଥ ସିଂହ, ଜୟନ୍ତ କୁମାର ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ ।

Odisha Inter-University Competitions 2022 Roundup

Baripada 12/03: It was again an exciting day at the Odisha Inter-University Competitions 2022 being organized by Maharaja Sriram Chandra Bhanjadeo University sponsored by the Department of Higher Education, Govt. of Odisha. On Saturday, Utkal University's Mimansa Mishra defeated Maharaja Sriram Chandra Bhanjadeo Univesity's Sudhakar Harijan by 4-0, Sujay Kumar Nayak of Ravenshaw University defeated MSCB University's Laxmikant Singh by 4-0 and Sudip Krishna Behera of KIIT defeated Soumya Pradhan of GM University by 4-0. In the women's kabaddi, Ramadevi University defeated FM University by 31-17 and Utkal University defeated Sambalpur University by 34-14. In men's football, Kalahandi University got a walk-over, while Berhampur University defeated Ravenshaw University by 5-4, Sambalpur University defeated Shri Jagannath Sanskrit University by 3-0 and KIIT defeated Rajendra University by 6-4. In men's cricket, the first match was played between Ravenshaw University and SOA University. Batting first, SOA University scored 106 runs at the loss of 8 wickets in 20 overs. In reply, Ravenshaw University won by scoring 108 runs in 14.3 overs losing 3 wickets. In the second match, FM University defeated Kalahandi University by 68 runs. Batting first FM University scored 206 runs at the loss of 6 wickets in 20 overs. In reply, Kalahandi University could score 139 runs in 20 overs losing 3 wickets. In the first semifinal of Men's Badminton doubles, Ramshankar Mallik and Saroj Bhoi of Sambalpur University defeated MSCB University's Priyabrata Nayak and Rajat Kumar Mohanta. In the second semifinal, Anubhav Sahu and Sahil Hembram of Ravenshaw University defeated Laxman Premkrishna and Ashish Kumar Singh of GM University.
In the games played on Friday, in men's cricket in the first match, Ravenshaw University received a walkover while in the second match, FM University defeated Shri Jagannath Sanskrit University by 150 runs. Batting first, FM University scored 256 runs at the loss of 2 wickets in 20 overs. Shantanu Das (136), Satyasunder Mahakud (53), and Arun Kumar Raut (30) were the top scorers for the team. In reply, Shri Jagannath Sanskrit University could score only 106 runs at the loss of 9 wickets in 20 overs. Shantanu Das was declared Man of the Match. In the women's kabaddi competition, Sambalpur University defeated Ravenshaw University by 51-26 and Ramadevi University defeated Berhampur University by 34-28. In women's cricket, only two universities, KIIT and MSCB University got walkovers and advanced to the finals to be played on Sunday. In the men's kabaddi, Ravenshaw University defeated SOA University by 51-22; the Central University of Odisha defeated Shri Jagannath Sanskrit University by 45-12; Sambalpur University defeated Kalahandi University by 32-21. In the men's basketball, Berhampur University defeated Ravenshaw University by 47-40 and Utkal University defeated SOA University by 47-14. In women's basketball, Berhampur University, Utkal University, and Centurion University got walkovers. In the men's singles carrom, Omprakash Behera of MSCB University defeated Suman Kumar Nanda of Rajendra University by 18-5, while Govinda Nayak of GM University defeated Shri Jagannath Sanskrit University's Debashish Das by 17-6. In women's carom singles, Kalahandi University's Pranati Thakur defeated Swati Duari of GM University by 17-1. In the men's volleyball, Ravenshaw University defeated Sambalpur University, FM University defeated Central University and Utkal University defeated Centurion University. In men's football, Sambalpur University defeated Central University by 6-0, KIIT defeated MSCB University by 6-5 and Rajendra University defeated FM University by 3-0. In the first semifinal of Men's Badminton- Singles, Amrit Mohanty of SOA University defeated Subhashish Dandapat of Utkal University. In the second semifinal, Anshuman Mahalik of FM University defeated Suprabhat Omprakash Sahu of Centurion University. Likewise, in the first semifinal of Women's Badminton- Singles, Rashmita Sabar of Kalahandi University defeated Lilina Sahu of Sambalpur University. In the second semifinal, Anuja Das Mohapatra of KIIT got the walkover.
On Friday evening, a cultural programme was organized in the University auditorium. Sri Pradeep Kumar Dwibedi sang a melodious song and Dr. Jateendra Nath Besra and his team performed a Santali folk dance. The audience got captivated by the Shiba Tandaba Nrutya and group Chhau dance performed by the artists of Uttar Sahi Chhau Pratishthan of Baripada. Later Jhumar song was performed by the artists of Maa Dwarashuni Jhumar Anushthan of Rairangpur. The cultural programme was coordinated by Sri Umesh Sahu, Sri Somanath Singh, and Mr. Jayant Kumar Tripathy.

DAY-7 HIGHLIGHTS

ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ପରିକ୍ରମା

ବାରିପଦା ୧୩/୦୩: ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ତଥା ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ପ୍ରାୟୋଜିତ ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ରବିବାର ଦିନ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସରେ ସୋଆ ବିଶ୍ୱବିଦ୍ୟାଳୟର ଅମ୍ରିତ୍‌ ମହାନ୍ତି ଚମ୍ପିୟାନ ହୋଇଥିବାବେଳେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଅଂଶୁମାନ ମହାଳିକ ରନର୍ସଅପ୍ ହୋଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ଶୁଭାଶିଷ ଦଣ୍ଡପାଟ ତୃତୀୟ ସ୍ଥାନ ହାସଲ କରିଥିବାବେଳେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ସୁପ୍ରଭାତ ଓମପ୍ରକାଶ ସାହୁ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ବ୍ୟାଡମିଣ୍ଟନରେ ପୁରୁଷ ଡବଲ୍ସରେ ରାମଶଙ୍କର ମଲ୍ଲିକ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସରୋଜ ଭୋଇ ଚମ୍ପିୟାନ ହୋଇଥିବାବେଳେ ରେଭେନ୍‌ସା ବିଶ୍ୱବିଦ୍ୟାଳୟର ଅନୁଭବ ସାହୁ୍ ରନର୍ସଅପ୍ ହୋଇଥିଲେ । ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରିୟବ୍ରତ ନାୟକ ଏବଂ ରଜତ କୁମାର ମହାନ୍ତ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଲକ୍ଷ୍ମଣ ପ୍ରେମକୃଷ୍ଣ ଏବଂ ଆଶିଷ କୁମାର ସିଂ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ କିଟ୍‌ ର ଅନୁଜା ଦାସମହାପାତ୍ର ଚମ୍ପିୟାନ ହୋଇଥିବାବେଳେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ରଶ୍ମିତା ଶବର୍ ରନର୍ସଅପ୍ ହୋଇଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ଲିଲିନା ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବ୍ୟାଡମିଣ୍ଟନ ମହିଳା ଡବଲ୍ସରେ କିଟ୍‌ ର ଅନୁଜା ଦାସମହାପାତ୍ର ଏବଂ ବୈଷ୍ଣବୀ ରାଓ ଚମ୍ପିୟାନ ହୋଇଥିବାବେଳେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ରଶ୍ମିତା ଶବର ଏବଂ ମଧୁସ୍ମିତା ଶବର ରନର୍ସଅପ୍ ହୋଇଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ଲିଲିନା ସାହୁ ଏବଂ ରିତୁ ଖେତାନ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସୁନିଧି କାଶ୍ୟପ ଜେନା ଏବଂ କପାରା ଜେନା ଚତୁର୍ଥ ସ୍ଥାନ ହାସଲ କରିଛନ୍ତି । ମହିଳା ବାସ୍କେଟବଲ ଫାଇନାଲରେ ଉତ୍କଳ ବିଶ୍ୱବିଦ୍ୟାଳୟ ରେଭେନ୍‌ସା ବିଶ୍ୱବିଦ୍ୟାଳୟକୁ 35-10 ରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା । ଟେବୁଲ୍ ଟେନିସ୍ ପୁରୁଷ ସିଙ୍ଗଲ୍ସରେ କିଟ୍‌ର ସୁଦୀପ କୃଷ୍ଣ ବେହେରା ଚାମ୍ପିଅନ୍ ହୋଇଥିବାବେଳେ ସୋଆ ବିଶ୍ୱବିଦ୍ୟାଳୟର ଅବିନାଶ ତ୍ରିପାଠୀ ରନର୍ସଅପ୍ ହୋଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ମୋହିତ ବେହୁରାୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଟେବୁଲ ଟେନିସରେ ମହିଳା ସିଙ୍ଗଲ୍ସ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସିକ୍ରିତୀ ଭାଗବତ ଚମ୍ପିୟାନ ହୋଇଥିବାବେଳେ କିଟ୍‌ର ଶ୍ରେୟା ତିୱାରୀ ରନର୍ସଅପ୍ ହୋଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ମୀମାଂସା ମିଶ୍ରଙ୍କ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପୁରୁଷ କ୍ୟାରମ୍‌ ସିଙ୍ଗଲ୍ସରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ସୌମ୍ୟରଞ୍ଜନ ତ୍ରିପାଠୀ ଚାମ୍ପିଅନ୍ ହୋଇଥିବାବେଳେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଓମ୍‌ପ୍ରକାଶ ବେହେରା ରନର୍ସଅପ୍ ହୋଇଛନ୍ତି । ରେଭେନ୍‌ସା ବିଶ୍ୱବିଦ୍ୟାଳୟର କରନ୍‌ କୁମାର ବେହେରା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେଭଳି ମହିଳା କ୍ୟାରମ୍‌ ସିଙ୍ଗଲ୍ସରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ପ୍ରଣତି ଠାକୁର ଚାମ୍ପିଅନ୍ ହୋଇଥିବାବେଳେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସ୍ୱାତୀ ଦୁଆରି ରନର୍ସଅପ୍ ହୋଇଛନ୍ତି । ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ରୁପାଲି ରାଜ୍‌ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପୁରୁଷ ଭଲିବଲ୍‌ର ପ୍ରଥମ ସେମିଫାଇନାଲରେ ରେଭେନ୍‌ସା ବିଶ୍ୱବିଦ୍ୟାଳୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି । ପୁରୁଷ ଫୁଟ୍‌ବଲ୍‌ର କ୍ୱାଟର ଫାଇନାଲ୍‌ରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଉତ୍କଳ ବିଶ୍ୱବିଦ୍ୟାଳୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ହରାଇଥିଲା । ସେଭଳି ଅନ୍ୟ ଏକ କ୍ୱାଟର ଫାଇନାଲ୍‌ରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା । ପୁରୁଷ କ୍ରିକେଟ୍‌ରେ ରେଭେନ୍‌ସା ବିଶ୍ୱବିଦ୍ୟାଳୟ ଫକୀରମୋହନ ବିଶ୍ୱବିଦ୍ୟାଳୟଙ୍କୁ ହରାଇ ସୋମବାର ଦିନ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଭେଟିବ । ମହିଳା କ୍ରିକେଟ୍‌ରେ କିଟ୍‌ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟକୁ ହରାଇ ଚମ୍ପିୟାନ ହୋଇଛି ।
ଶନିବାର ଖେଳାଯାଇଥିବା ଖେଳଗୁଡିକରେ ପୁରୁଷ କବାଡି ରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଫକୀରମୋହନ ବିଶ୍ୱବିଦ୍ୟାଳୟକୁ 43-21 ରେ ପରାସ୍ତ କରିଛି, ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ରେଭେନ୍‌ସା ବିଶ୍ୱବିଦ୍ୟାଳୟକୁ 44-14 ରେ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ 32-17 ରେ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟକୁ 33-24 ରେ ପରାସ୍ତ କରିଛି । । ପ୍ରଥମ ସେମିଫାଇନାଲରେ ମହିଳା କବାଡିରେ ଉତ୍କଳ ବିଶ୍ୱବିଦ୍ୟାଳୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟକୁ 34-13 ଏବଂ ଦ୍ୱିତୀୟ ସେମିଫାଇନାଲରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ 31-17 ରେ ପରାସ୍ତ କରିଛି । ପୁରୁଷ ବାସ୍କେଟବଲ୍‌ରେ, କିଟ୍‌ ଫକୀରମୋହନ ବିଶ୍ୱବିଦ୍ୟାଳୟକୁ 54-28 ରେ ପରାସ୍ତ କରିଛି ଏବଂ ମହିଳା ବାସ୍କେଟବଲ୍‌ରେ, ଉତ୍କଳ ବିଶ୍ୱବିଦ୍ୟାଳୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ 44-13 ରେ ପରାସ୍ତ କରିଛି । ମହିଳା ଚେସ ଦ୍ୱିତୀୟ ରାଉଣ୍ଡରେ, କିଟ୍‌ର ଦଳପତି ଉମା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଅନୀତା ବାର୍ଗୋଳାଙ୍କୁ, ରେଭେନ୍‌ସା ବିଶ୍ୱବିଦ୍ୟାଳୟର ସ୍ତୁତି ନନ୍ଦ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଐଶ୍ୱର୍ଯ୍ୟା ମିଶ୍ରଙ୍କୁ ପରାସ୍ତ କରିଛନ୍ତି । ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ୱବିଦ୍ୟାଳୟର ଏସ୍‌ଡି. ଅନୁପ୍ରିୟା ମାଝୀ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇଟିଶ୍ରୀ ଟୁଡୁ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରତୀକ୍ଷା ସୁପକର ଉତ୍କଳ ବିଶ୍ୱବିଦ୍ୟାଳୟର ସୋନାଲି ସିଂଙ୍କୁ ପରାସ୍ତ କରିଛନ୍ତି । ପୁରୁଷ ଚେସରେ, ଉତ୍କଳ ବିଶ୍ୱବିଦ୍ୟାଳୟର ତପନ ବଡ଼ମୁଣ୍ଡି କିଟ୍‌ର ସାକିଲା ମାଝୀଙ୍କୁ, କିଟ୍‌ର ସାଜନ କୁମାର ନାୟକ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ତୁଷାରକାନ୍ତ ସାହୁଙ୍କୁ, ରେଭେନ୍‌ସା ବିଶ୍ୱବିଦ୍ୟାଳୟର ସ୍ୱରାଜ ସଂକେତ ମହାନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟର ସେଖ୍‌ ମହମ୍ମଦ ମୁଦାସିରଙ୍କୁ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଣବାନନ୍ଦ ନାୟକ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ନିଖିଲ୍‌ କୁମାର ଦାନଙ୍କୁ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଅସିତ କୁମାର ମହାନ୍ତି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଆୟୁଷ ମହାନନ୍ଦଙ୍କୁ ପରାସ୍ତ କରିଥିବାବେଳେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ସଞ୍ଜୟ କୁମାର ସିଂ ୱାକଓଭର ପାଇଛନ୍ତି । ମହିଳା ଭଲିବଲ୍‌ର କିଟ୍‌ ରେଭେନ୍‌ସା ବିଶ୍ୱବିଦ୍ୟାଳୟକୁ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି ।

Odisha Inter-University Competitions 2022 Roundup

Baripada 13/03: It was an electrifying day at the Odisha Inter-University Competitions 2022 being organized by Maharaja Sriram Chandra Bhanjadeo University sponsored by the Department of Higher Education, Govt. of Odisha. On Sunday, in Badminton men's singles, Amrit Mohanty of SOA University became champion, while Anshuman Mahalik of FM University was runners-up. Subhashish Dandapat of Utkal University secured 3rd position while Suprabhat Omprakash Sahu of Centurion University secured 4th position. In the Badminton men's doubles, Ramshankar Mallik and Saroj Bhoi of Sambalpur University became champions while Sahil Hembram and Anubhav Sahoo of Ravenshaw University became runners up. Priyabrat Nayak and Rajat Kumar Mohanta of MSCB University secured 3rd position while Laxman Premkrishna and Ashish Kumar Singh of GM University secured 4th position. In badminton women singles, Anuja Dasmohapatra of KIIT became champion while Rashmita Sabar of Kalahandi University became runners-up. Lilina Sahu of Sambalpur University secured 3rd position. In badminton women's doubles, Anuja Dasmohapatra and Vishnavi Rao of KIIT became champions while Rashmita Sabar and Madhusmita Sabar of Kalahandi University were runners up. Lilina Sahu and Ritu Khetan of Sambalpur University secured 3rd position while Sunidhi Kashyap Jena and Kapara Jena of MSCB University secured 4th position. In the women's basketball final Utkal University became champion defeating Ravenshaw University by 35-10. In table tennis men's singles, Sudeep Krishna Behera of KIIT became champion while Abinash Tripathy of SOA University became runners-up. Mohit Behuray of Utkal University secured 3rd position. In table tennis women singles Sikriti Bhagat of Ramadevi women's University became champion while Shreya Tiwari of KIIT became runners-up. 3rd position was secured by Mimansha Mishra of Utkal University. In Carrom men's singles, Soumya Ranjan Tripathy of Kalahandi University became champion while Omprakash Behera of MSCB University became runners-up. Karna Kumar Behera of Ravenshaw University secured 3rd position. In Carrom women singles, Pranati Thakur of Kalahandi University became champion while Swati Dwari of GM University became runners-up. Rupali Raj of MSCB University secured 3rd position. In the men's volleyball first semifinal Ravenshaw University defeated Berhampur University and in the second semifinal, Utkal University defeated FM University. In men's football, Utkal Univesity qualified to the semifinal by defeating Berhampur University and Kalahandi University qualified to the semifinal by defeating GM University. In the men's cricket semifinal Ravenshaw University defeated FM University and will play Utkal Univesity on Sunday. In women's cricket, KIIT became champion defeating MSCB University. In the games played on Saturday, in men's kabaddi Utkal University defeated FM University by 43-21, Centurion University defeated Ravenshaw University by 44-14, Sambalpur University defeated Rajendra University by 32-17, and Berhampur University defeated MSCB University by 33-24. In women's kabaddi in the first semifinal, Utkal University defeated MSCB University by 34-13, and in the second semifinal, FM University defeated RD women's University by 31-17. In basketball men, KIIT defeated FM University by 54-28, and in women's basketball, Utkal University defeated Berhampur University by 44-13. In women's chess round 2, Dalapati Uma of KIIT defeated Anita Bargola of Kalahandi University, Stuti Nanda of Ravenshaw University defeated Aiswarya Mishra of GM University, S.D. Anupriya Majhi of MSCB University defeated Itishree Tudu of Sambalpur University and Pratikshya Supkar of Berhampur University defeated Sonali Singh of Utkal University. In men's chess, Tapan Badamundi of Utkal University defeated Sakila Majhi of KIIT, Sajan Kumar Nayak of KIIT defeated Tusharkant Sahu of Kalahandi University, Swaraj Sanket Mohanty of Ravenshaw University defeated Seikh MD Mudasir of Sambalpur University, Pranabananda Nayak of Berhampur University defeated Nikhil Kumar Dana of Rajendra University, Asit Kumar Mohanty of MSCB University defeated Ayush Mahanand of GM University while Sanjay Kumar Singh of Shri Jagannath Sanskrit University got a walkover. In women's volleyball, KIIT defeated Ravenshaw University and Utkal University defeated MSCB University.

DAY-8 HIGHLIGHTS (CLOSING CEREMONY)

ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ଉଦ୍‌ଯାପିତ

ବାରିପଦା ୧୪/୦୩: ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ତଥା ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ପ୍ରାୟୋଜିତ ପ୍ରଥମ ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ସୋମବାର ଦିନ ବାରିପଦା ଷ୍ଟାଡିୟମ ଓ ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ଚିତାକର୍ଷକ ସମାବେଶରେ ଉଦ୍‌ଯାପିତ ହୋଇଯାଇଛି । ଗତ ୧୧ ତାରିଖରୁ ଆଜିପର୍ଯ୍ୟନ୍ତ ଚାରିଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ପାଖାପାଖି ୧୧୦୦ ପ୍ରତିଯୋଗୀ ଓ ୧୦୦ ଜଣ ମ୍ୟାନେଜର ଓ ୧୦୦ ଜଣ ମ୍ୟାଚ୍‌ ଅଧିକାରୀ ଯୋଗ ଦେଇଥିଲେ । ବାରିପଦା ଷ୍ଟାଡ଼ିୟମ୍‌ରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ୧୫ଟି ବିଶ୍ୱବିଦ୍ୟାଳୟର କ୍ରୀଡ଼ା ପ୍ରତିଯୋଗୀଙ୍କର ପ୍ୟାରେଡ୍‌ ପୋଲିସ ବ୍ୟାଣ୍ଡ୍‌ର ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । କୁଳପତି ପ୍ରଫେସର କିଶୋର କୁମାର ବସା ସେମାନଙ୍କ ବିଦାୟ ଅଭିବାଦନ ଗ୍ରହଣ କରିବା ସହିତ କ୍ରୀଡ଼ା ପ୍ରତିଯୋଗିତାର ମଶାଲ ନିର୍ବାପିତ କରିଥିଲେ ଓ ଏହାର ଧ୍ୱଜା ଅବତରଣ ପୂର୍ବକ କ୍ରୀଡ଼ା ପ୍ରତିଯୋଗିତାର ପରିସମାପ୍ତି ଘୋଷଣା କରିଥିଲେ । ସନ୍ଧ୍ୟାରେ ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟ ପ୍ରାଙ୍ଗଣରେ ଆଡ଼ମ୍ବର ସହିତ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଥିତ ହୋଇଥିଲା । ଏଥିରେ କୁଳପତି ପ୍ରଫେସର ବସା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଜେତାମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଅନ୍ୟତମ ଅତିଥିଭାବେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ପ୍ରମୋଦ କୁମାର ଶତପଥି, କୁଳସଚିବ ଶ୍ରୀ ସହଦେବ ସମାଧିଆ, ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ , ସ୍ପୋର୍ଟସ୍‌ କାଉନ୍‌ସିଲ୍‌ର ସଂପାଦକ ଡ. ଇନ୍ଦ୍ରଜିତ ନାୟକ, ବରିଷ୍ଠ ପ୍ରଫେସର ଅନୀଲ କୁମାର ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । ନିଜର ଅଭିଭାଷଣରେ ପ୍ରଫେସର ବସା ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ, ସମସ୍ତ ଖେଳାଳୀ, ମ୍ୟାନେଜର, ମ୍ୟାଚ ଅଧିକାରୀ, ସମସ୍ତ ଅନୁବନ୍ଧିତ କଲେଜର ଅଧ୍ୟକ୍ଷ, ବାରିପଦା କଲେଜର ଅଧ୍ୟକ୍ଷ ଓ କର୍ମଚାରୀବୃନ୍ଦ, ଲୋୟଲା ପବ୍ଲିକ୍‌ ସ୍କୁଲ୍‌ର ଅଧ୍ୟକ୍ଷ ଓ କର୍ମଚାରୀବୃନ୍ଦ, ଶଂଖାଭଙ୍ଗା ପଞ୍ଚାୟତର ସମସ୍ତ ସଦସ୍ୟ, ମୟୂରଭଞ୍ଜ ଆଥ୍ଲେଟିକ୍ ଆସୋସିଏନ୍‌ର ସମସ୍ତ ସଦସ୍ୟ, ମୟୂରଭଞ୍ଜ ବ୍ୟାଡମିଣ୍ଟନ ଆସୋସିଏନ୍‌ର ସମସ୍ତ ସଦସ୍ୟ, ଷ୍ଟେସନ୍‌ ବଜାର ଆଥ୍ଲେଟିକ୍ ଆସୋସିଏନ୍‌ର ସମସ୍ତ ସଦସ୍ୟ, ବାରିପଦାର ଅଗ୍ରଣୀ କ୍ରୀଡ଼ାସଂଘର ସଦସ୍ୟଗଣ, ଗଣମାଧ୍ୟମର ପ୍ରତିନିଧିଗଣ ଓ ସର୍ବୋପରି ମୟୂରଭଞ୍ଜର ଜନସାଧାରଣଙ୍କୁ ଏହି ବିଶାଳ କ୍ରୀଡ଼ା ମହାକୁମ୍ଭର ସଫଳତା ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ସେଭଳି ଏହି ଆୟୋଜନରେ ସମସ୍ତ ପ୍ରକାର ସହଯୋଗ ପାଇଥିବା ହେତୁ କୁଳପତି ପ୍ରଫେସର ବସା ମୟୃରଭଞ୍ଜ ଜିଲ୍ଲା କଲେକ୍ଟର ଶ୍ରୀ ବିନୀତ ଭରଦ୍ୱାଜ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଅବନୀ ମହାନ୍ତି, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ରବିନ୍ଦ୍ର କୁମାର ନାୟକ ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଶେଷରେ କୁଳସଚିବ ଶ୍ରୀ ସହଦେବ ସମାଧିଆ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ରବିବାର ସଂଧ୍ୟା ଓ ସୋମବାର ଦିନ ଖେଳାଯାଇଥିବା ପ୍ରତିଯୋଗିତାଗୁଡିକ ମଧ୍ୟରେ, ପୁରୁଷ ଫୁଟ୍‌ବଲ୍‌ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଚମ୍ପିୟାନ ହୋଇଥିବାବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ରନର୍ସଅପ୍ ହୋଇଥିଲା । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେଭଳି ମହିଳା ଫୁଟ୍‌ବଲ୍‌ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଚମ୍ପିୟାନ ହୋଇଥିବାବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ରନର୍ସଅପ୍ ହୋଇଥିଲା । ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲା । ପୁରୁଷ କ୍ରିକେଟ୍‌ରେ ରେଭେନ୍‌ସା ବିଶ୍ୱବିଦ୍ୟାଳୟ ଚମ୍ପିୟାନ ହୋଇଥିବାବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ରନର୍ସଅପ୍ ହୋଇଥିଲା । ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ମହିଳା ଭଲିବଲ୍‌ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଚମ୍ପିୟାନ ହୋଇଥିବାବେଳେ କିଟ୍‌ ରନର୍ସଅପ୍ ହୋଇଥିଲା । ରେଭେନ୍‌ସା ବିଶ୍ୱବିଦ୍ୟାଳୟ ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେଭଳି ପୁରୁଷ ଭଲିବଲ୍‌ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଚମ୍ପିୟାନ ହୋଇଥିବାବେଳେ ରେଭେନ୍‌ସା ବିଶ୍ୱବିଦ୍ୟାଳୟ ରନର୍ସଅପ୍ ହୋଇଥିଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ଫକୀରମୋହନ ବିଶ୍ୱବିଦ୍ୟାଳୟ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପୁରୁଷ ଚେସ୍‌ରେ ଉତ୍କଳ ବିଶ୍ୱବିଦ୍ୟାଳୟର ତପନ ବଡ଼ମୁଣ୍ଡି ଚମ୍ପିୟାନ ହୋଇଥିବାବେଳେ କିଟ୍‌ ସାଜନ କୁମାର ନାୟକ ରନର୍ସଅପ୍ ହୋଇଥିଲେ । କଳାହାଣ୍ଡି ବିଶ୍ୱବିଦ୍ୟାଳୟର ତୁଷାରକାନ୍ତ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେଭଳି ମହିଳା ଚେସ୍‌ରେ କିଟ୍‌ର ଉମା ଦଳପତି ଚମ୍ପିୟାନ ହୋଇଥିବାବେଳେ ରେଭେନ୍‌ସା ବିଶ୍ୱବିଦ୍ୟାଳୟର ସ୍ତୁତି ନନ୍ଦ ରନର୍ସଅପ୍ ହୋଇଥିଲେ । ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଐଶ୍ୱର୍ଯ୍ୟା ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ । ପୁରୁଷ ବାସ୍କେଟବଲ୍‌ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଚମ୍ପିୟାନ ହୋଇଥିବାବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରନର୍ସଅପ୍ ହୋଇଥିଲା ।
ରବିବାର ଦିନ ସନ୍ଧ୍ୟାରେ ଖେଳାଳୀମାନଙ୍କ ପାଇଁ ଏକ ମନୋଜ୍ଞ ସାଂସ୍କୃତିକ କାର୍ଯକ୍ରମର ଆୟୋଜନ କରାଯାଇଥିଲା । ଓଲିଉଡ୍‌ କଳାକାର ତଥା ବିଶ୍ୱବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ମନୀଷା ଧର ଏକ ଚିତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ । ସେଭଳି ବିଶ୍ୱବିଦ୍ୟାଳୟର ଛାତ୍ରୀ ଏଲିନା ଧର ଶିବତାଣ୍ଡବ ଛଉ ପରିବେଷଣ କରିଥିଲେ । ସାନ୍ତାଳୀ ବିଭାଗ ତରଫରୁ ସାନ୍ତାଳୀ ଲୋକନୃତ୍ୟ, ମୟୂରଭଞ୍ଜର ପ୍ରସିଦ୍ଧ ଉତ୍ତରସାହି ଛଉ ପ୍ରତିଷ୍ଠାନ ତରଫରୁ ଛଉ ଏବଂ ରାଇରଙ୍ଗପୁର ମା ଦ୍ୱାରଶୁଣି ଝୁମର ଅନୁଷ୍ଠାନ ଦ୍ୱାରା ଝୁମର ସଂଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶ୍ରୀ ଉମେଶ ସାହୁ, ସୋମନାଥ ସିଂହ ପ୍ରମୁଖ ପରିଚାଳନା କରିଥିଲେ ।

Odisha Inter-University Competitions 2022: Closing Ceremony

Baripada 14/03: The Odisha Inter-University Competitions 2022 organized by Maharaja Sriram Chandra Bhanjadeo University ended with a high note on Monday with a ceremony at the Baripada stadium and University auditorium. As many as 1100 players, 100 managers, and 100 officials participated in the event sponsored by the Department of Higher Education, Govt. of Odisha. In the closing ceremony of the games, the parade of the players was headed by the police band. The chief guest of the ceremony, Vice-Chancellor Prof. Kishor K. Basa put out the game torch and lowered the game's flag to declare the games closed. Later, a prize distribution ceremony was held in the Auditorium open arena of the University campus. Vice-Chancellor Prof. Basa distributed the trophies and certificates to the winners. Among others who were present were Chairman PG Council Prof. P. K. Satapathy, Registrar Mr. Sahadev Samadhia, Comptroller of Finance Mr. Sukdev Tarei, Senior Professor Dr. A. K. Biswal, Secretary Sports Council Dr. Indrajit Naik. Prof. Basa in his address, thanked the entire University staff, students, all the players, match officials, Principals of all the affiliated colleges, Principal & Staff of Baripada College, Principal & staff of Loyla public school, members of Shankhabhanga Panchayat, members Mayubhanj Athletic Association, members of Mayurbhanj Athletic Association, members of Station Bazar Athletic Association and other sports institutions of Baripada, the members of the print and electronic media, and the public of Mayurbhanj for their wholehearted support in making this event a grand success. He also thanked Mr. Vineet Bharadwaj, Collector, Mayurbhanj, Shri Abani Mohanty, Mayurbhanj District Sports Officer, Mayurbhanj District Information Public Relation Officer Shri Rabindra Kumar Nayak for their support in organizing this event.
In the games played on late Sunday and Monday, In men's football, Sambalpur University became champion while Utkal University was runners-up. 3rd position was jointly held by Rajendra college Balangir and Kalahandi University. In women's football, Sambalpur University became the champion while Utkal University became the runners-up. 3rd position was secured by MSCB University. In men's cricket, Ravenshaw University became champion while Utkal University was the runners-up. 3rd position was jointly held by FM University and Sambalpur University. In women's volleyball, Utkal University became champion while KIIT became runners-up. 3rd position was jointly held by Ravenshaw University and Maharaja Sriram Chandra Bhanjadeo University. In men's volleyball, Utkal University became champion while Ravenshaw University became runners-up. 3rd position was jointly held by Berhampur University and FM University. In men's chess Tapan Badamundi of Utkal University became champion while Sajan Kumar Nayak of KIIT became runners-up. Tusharkant Sahu of Kalahandi University secured 3rd position. In women's chess, Uma Dalapati of KIIT became champion while Stuti Nanda of Ravenshaw was the runners-up. Aiswarya Mishra of GM University secured 3rd position. In men's basketball Utkal University became champion while Berhampur University became runners-up.
On Sunday evening, a cultural programme was organized in the University auditorium. Ollywood actress Ms. Manisha Dhar who is also a student of MSCB University enthralled the audience with her dance performance. Also, another student, Ms. Elina Dhar of MSCB University performed ShivTandav Chhau dance, Prem Kumar an employee of MSCB University sang a melodious song. Students of the Department of Santali performed a Santali folk dance. The audience got mesmerized by Chhau dance performed by the artists of Uttar Sahi Chhau Pratishthan of Baripada. Later Jhumar song was performed by the artists of Maa Dwarashuni Jhumar Anushthan of Rairangpur. The cultural programme was coordinated by Sri Umesh Sahu, Sri Somanath Singh.